• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ମାଲକାନଗିରି ଜିଲ୍ଲାର ଅର୍ଥନୈତିକ ଅବସ୍ଥା

ଗୋଟିଏ ଅଞ୍ଚଳର ଅର୍ଥନୈତିକ ଉନ୍ନତିକୁ ଜାଣିବାକୁ ହେଲେ, ସେହି ଅଞ୍ଚଳର ଯୋଜନାବଦ୍ଧ ଉନ୍ନତିର ପୁର୍ବ ଜ୍ଞାନର ସ୍ତର ଜାଣିବା ନିହାତି ଆବଶ୍ୟକ ଅଟେ । ସେହି ପରିପ୍ରେକ୍ଷୀରେ ଜିଲ୍ଲାର ଉନ୍ନତିର ସୂଚକାଙ୍କ ଜାଣିବାକୁ ହେଲେ ସେହି ଜିଲ୍ଲାର ସମସ୍ତ ଉତ୍ସରୁ ପ୍ରାପ୍ତ ସାମୟିକ ମୂଳ ଆକଳନ କରିବା (ଜିଲ୍ଲାର ଘରୋଇ ଉତ୍ପାଦ) ବହୁ ଗୁରୁତ୍ୱପୂର୍ଣ୍ଣ ସତ ବୋଲି ଧରିନେବାକୁ ହେବ । ଜିଲ୍ଲାର ସମସ୍ତ ଉତ୍ସରୁ ସାମୟିକ ଆୟ ଆକଳନ କରିବା ଦ୍ୱାରା ବିଭିନ୍ନ ଜିଲ୍ଲାର ଆର୍ଥିକ ଉନ୍ନତିର ସ୍ତର ଜାଣି ହେଉଛି ଏବଂ ଏହାଦ୍ୱାରା ବିଭିନ୍ନ ଉନ୍ନତିମୂଳକ ଯୋଜନା କରିବାପାଇଁ ପ୍ରାଥମିକତାକୁ ବହୁତ ଗୁରୁତ୍ୱ ଦିଆଯାଉଅଛି ।

ଏହାଦ୍ୱାରା ଅନୁନ୍ନତ ଅଞ୍ଚଳର ବିକାଶ ନିମନ୍ତେ ଯୋଜନାକାରୀମାନେ ଉନ୍ନତିମୂଳକ ଯୋଜନାକୁ ପ୍ରାଥମିକତା ଦେଇ ଯୋଜନା ପ୍ରଣୟନ କରିଥାନ୍ତି ।

ମାଲକାନଗିରି ଜିଲ୍ଲାର ଅର୍ଥନୈତିକ ଆକଳନ କରିବା ନିମନ୍ତେ ଅର୍ଥନୀତିକୁ ନିମ୍ନଲିଖିତ ଭାଗରେ ବିଭକ୍ତ କରାଯାଇଅଛି ।

  • କୃଷି ଓ ଏହାର ଆନୁସାଙ୍ଗିକ ବିଭାଗ
  • ଶିଳ୍ପ ଉଦ୍ୟୋଗ ବିଭାଗ
  • ସେବା ସମ୍ବନ୍ଧୀୟ ବିଭାଗ

୨୦୦୪-୦୫ ବର୍ଷକୁ ମୂଳବର୍ଷ ଅନୁସାରେ ନେଇ ମାଲକାନଗିରି ଜିଲ୍ଲାର ବିଭିନ୍ନ ସଂସ୍ଥାର ଆଗତ ମୋଟ ଜାତୀୟ ଉତ୍ପାଦନ ସୂଚକାଙ୍କକୁ ପ୍ରସ୍ତୁତି କରି ନିମ୍ନସାରଣୀରେ ଉପସ୍ଥାପନା କରାଗଲା ।

ସାରଣୀ – ୧

ଜାତୀୟ ଉତ୍ପାଦନର ସୂଚକାଙ୍କ (ମାଲକାନଗିରି ଜିଲ୍ଲା)
ବିଭାଗମୋଟ ଜିଲ୍ଲାର ଜାତୀୟ ଉତ୍ପାଦନର ବର୍ତ୍ତମାନ ମୂଲ୍ୟରେ (ଶତକଡା ବିଭାଜନ)
୨୦୦୪-୦୫୨୦୦୫-୦୬୨୦୦୬-୦୭୨୦୦୭-୦୮୨୦୦୮-୦୯୨୦୦୯-୧୦୨୦୧୦-୧୧୨୦୧୧-୧୨ 
ପ୍ରାଥମିକ ବିଭାଗ୫୫.୪୭୫୩.୫୪୫୩.୮୭୫୭.୪୯୫୩.୩୧୫୧.୯୯୫୧.୧୬୪୬.୩୫
ପରବର୍ତ୍ତୀ ବିଭାଗ୧୮.୧୧୧୭.୫୩୧୮.୭୪୧୭.୬୩୧୭.୬୩୧୫.୯୪୧୭.୫୮୨୧.୨୭
ତୃତୀୟ ସ୍ତରୀୟ ବିଭାଗ୭.୩୧୮.୪୯୮.୭୨୭.୯୨୯.୧୫୯.୪୪୧୦.୩୩୧୧.୪୬
ଅର୍ଥ ଏବଂ ସେବା ସମ୍ବନ୍ଧୀୟ ବିଭାଗ୧୯.୧୧୨୦.୪୪୧୮.୬୭୧୬.୯୬୧୯.୯୧୨୨.୬୩୨୦.୯୩୨୦.୯୨
ମୋଟ୧୦୦.୦୦୧୦୦.୦୦୧୦୦.୦୦୧୦୦.୦୦୧୦୦.୦୦୧୦୦.୦୦୧୦୦.୦୦୧୦୦.୦୦

ଲୋକମାନଙ୍କର ମୁଣ୍ଡପିଛା ଆୟ ବ୍ୟତୀତ, ଜିଲ୍ଲାର, ରାଜ୍ୟର ଓ ଦେଶର ଲୋକ ସମୂହର ଉନ୍ନତିର ସୂଚକାଙ୍କ ଜାଣିବାକୁ ହେଲେ, ସେହି ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମୂହିକ ଆୟର ସୂଚକାଙ୍କ ବହୁତ ଗୁରୁତ୍ୱ ବହନ କରୁଛି ।

ଓଡ଼ିଶା ରାଜ୍ୟର ଲୋକ ସମୂହର ଉନ୍ନତିର ତଥ୍ୟ ୨୦୦୪-୦୫ ବର୍ଷ ଅନୁସାରେ ମାଲକାନଗିରି ଜିଲ୍ଲା ଲୋକସମୂହର ଉନ୍ନତିର ସୂଚକାଙ୍କର ମୂଲ୍ୟ ହେଉଛି ୦.୩୭୦ ଓ ୦.୫୭୯ ମଧ୍ୟରେ ଅଟେ । ଲୋକ ସମୂହର ଉନ୍ନତିର ସୂଚକାଙ୍କ ମଧ୍ୟରୁ ତିନୋଟି ଉପାଂଶ ହେଲେ, ରୋଜଗାର ସୂଚକାଙ୍କ, ସ୍ୱାସ୍ଥ୍ୟ ସୂଚକାଙ୍କ ଓ ଶିକ୍ଷା ସୂଚକାଙ୍କ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ପରିଗଣିତ ହେଉଛି । ଏଥି ମଧ୍ୟରୁ ରୋଜଗାର ସୂଚକାଙ୍କ ସବୁଠାରୁ ବଡ ଗୁରୁତ୍ୱ ୦.୪୭୯ ବହନ କରୁଥିବା ବେଳେ ସ୍ୱାସ୍ଥ୍ୟ ସୂଚକାଙ୍କ ୦.୧୨୨ ନିମ୍ନ ଗୁରୁତ୍ୱ ବହନ କରୁଛି ଏବଂ ଶିକ୍ଷା ସୂଚକାଙ୍କ ୦.୪୯୧ ମଧ୍ୟରେ ଅବସ୍ଥାନ କରୁଛି । ୨୦୦୪ ବର୍ଷରେ ଓଡ଼ିଶା ରାଜ୍ୟର ଲୋକସମୂହର ସୂଚକାଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାର ସ୍ଥାନ(୩୦) ତିରିଶି ନମ୍ବରରେ ସୂଚାଉଛି ।

ଏହିପରି ଉପରୋକ୍ତ ସାରଣୀ ଦର୍ଶାଉଛି ଯେ ମାଲକାନଗିରି ଜିଲ୍ଲା ଆର୍ଥିକ ଅବସ୍ଥା ମୂଖ୍ୟତଃ ପ୍ରାଥମିକ ବିଭାଗରେ ଯଥା – କୃଷି ଓ ତା’ର ଆନୁସାଙ୍ଗିକ ବିଭାଗ ଯାହାକି ଜିଲ୍ଲାର ଆର୍ଥିକ ସ୍ତର ଶତକଡ଼ା ୪୬.୩୫ ଅଟେ ।