• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ମାଲକାନଗିରିରେ ବହୁତ ପୌରାଣିକ ଐତିହ୍ୟ ସ୍ଥାନ ତଥା ଐତିହାସିକ ପ୍ରାଧାନ୍ୟ ଥିବା ସ୍ଥାନ ରହିଛି ଯେପରିକି କିଛି ଇକୋ ପର୍ଯ୍ୟଟନସ୍ଥଳୀ, ଭୈରବୀ ମନ୍ଦିର, ମଲ୍ଲିକେଶ୍ୱର ମନ୍ଦିର, କାଲିମେଳା ବ୍ଲକର ମାନ୍ୟମକୋଣ୍ଡା, ପଡ଼ିଆ ବ୍ଲକର ମୋଟୁର ମୁଗି ପଏଣ୍ଟ (ମଧୁସୂଦନ ପାର୍କ), ପଡ଼ିଆ ବ୍ଲକର ତ୍ରିବେଣୀ ସଙ୍ଗମ, ମୋଟୁର ଜଗନ୍ନାଥ ମନ୍ଦିର, ମୁଦୁଲିପଡ଼ାର ସୀତାକୁଣ୍ଡ, ଖଇରପୁଟ ବ୍ଲକର ବଣ୍ଡାପାହାଡ, ଖଇରପୁଟର ଆମାକୁଣ୍ଡ, ମାଥିଲି ବ୍ଲକର ତୁଳସୀପାହାଡ ଓ ଜଉ ପାହାଡ, ମାଲକାନଗିରିର ସତୀଗୁଡା ଜଳାଶୟ (ଇକୋ ପର୍ଯ୍ୟଟନସ୍ଥଳୀ ଓ ବଣଭୋଜୀ ସ୍ଥାନ) , ବାଲମେଳାର ବିଜୁଳି ଘର, ଚିତ୍ରକୋଣ୍ଡା ଜଳାଶୟ ଇତ୍ୟାଦି ।

ସେହି ସ୍ଥାନଗୁଡିକର ସଂକ୍ଷିପ୍ତ ବର୍ଣ୍ଣନା ଗୁଡିକ –

ସତୀଗୁଡ଼ା ନଦୀବନ୍ଧ

ସତୀଗୁଡ଼ା ନଦୀବନ୍ଧ ମାଲକାନଗିରି ଜିଲ୍ଲାଠାରୁ ମାତ୍ର ୮ କି.ମି ଦୂରରେ ଅବସ୍ଥିତ । ଏହି ଜଳଭଣ୍ଡାର ଦ୍ୱାରା ମାଲକାନଗିରି ଓ କୋରୁକୋଣ୍ଡା ବ୍ଲକର କୃଷି ଉପଯୋଗୀ ଜମିକୁ ଜଳସେଚନ କରାଯାଇଥାଏ ।ଜଳଭଣ୍ଡାର ମଧ୍ୟରେ ବୋଟିଙ୍ଗ କରିବାର ସୁବିଧା କରାଯାଇଛି । ନଦୀବନ୍ଧର ଅନତି ଦୂରରେ ଏକ ମନ୍ଦିରରେ ଭଗବାନ ଶିବ ପୂଜା ପାଉଛନ୍ତି । ବହୁତ ଗୁଡିଏ କ୍ଷୁଦ୍ର ପର୍ବତ ଜଙ୍ଗଲ ଏବଂ ଜଳଧାରା ଦ୍ୱାରା ପରିବେଷ୍ଟିତ ଏହି ଜଳଭଣ୍ଡାରର ପ୍ରାକୃତିକ ସୌନ୍ଦର୍ୟ୍ୟ ଅନେକ ପର୍ୟ୍ୟଟକଙ୍କୁ ବଣଭୋଜି କରିବା ପାଇଁ ଆକ୍ରୃଷ୍ଟକରିଥାଏ । ଏହି ଇକୋ ପର୍ୟ୍ୟଟନ କ୍ଷେତ୍ର ଏକ ଭି.ଏସ୍.ଏସ୍. ଦ୍ୱାରା ପରିଚାଳିତ ଅଟେ । ଏଠାରେ ଓଡ଼ିଶା ସରକାରଙ୍କ ବନ ବିଭାଗର ଏକ ଅତିଥି ଭବନ ଅଛି ।

ବାଲିମେଳା ନଦୀବନ୍ଧ

ବାଲିମେଳା ଜଳ ଭଣ୍ଡାର (ଡ୍ୟାମ୍) ମାଲକାନଗିରି ଜିଲ୍ଲାରେ ଅବସ୍ଥିତ ଯାହାକି ମାଲକାନଗିରିର ପୂର୍ବ ଦିଗର 35 କି.ମି. ଦୂରତାରେ ରହିଅଛି । ଏକ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସହରର ଅତି ନିକଟରେ ଓଡ଼ିଶା ସରକାର ଓ ଆନ୍ଧ୍ର ସରକାରଙ୍କ ଦ୍ୱାରା ମିଳିତ ଭାବରେ ପ୍ରତିଷ୍ଠା କରାଯାଇଅଛି । ସିଲେରୁ ନଦୀ ଉପରେ ବାଲିମେଳା ଠାରୁ 25 କି.ମି. ଦୂରରେ ଚିତ୍ରକୋଣ୍ଡାଠାରେ ଏକ ଜଳ ଭଣ୍ଡାର ନିର୍ମାଣ କରାଯାଇଛି । ସମୁଦାୟ ଜଳଧାରର ପ୍ରବାହ ଦୁଇଟି ସରକାରଙ୍କ ସମାନ ଭାଗ ବଣ୍ଟନ କରାଯାଇଛି । ଆନ୍ଧ୍ର ପ୍ରଦେଶ ସରକାରଙ୍କ ସ୍ରୋତ ଗତି ଦିଗରେ ନଦୀକୁ ଯାହାକି ଓଡ଼ିଶା ସରକାର ବାଲିମେଳାର ଦକ୍ଷିଣ ରେ ପ୍ରାୟ 15 କି.ମି ଦୂରକୁ ନଦୀର ଧାରକୁ ଗତି ପରିବର୍ତ୍ତନ କରି ଏକ ମୁଖ୍ୟ/ପ୍ରଧାନ ଶକ୍ତିରେ ପରିଣତ କରିଛି । ଏହା ଆକଳନ କରାଯାଇଛି ଯେ ବିଜୁଳି ଘରଟି 240,000 କିଲୋୱାଟର 60% (ଷାଠିଏ ଶତକଡ଼ା) ଭାଗ ମୌଳିକ ଉତ୍ପାଦକରେ ବ୍ୟବହାର କରାଯାଉଛି । ପଛ ଭାଗର ଜଳ ପରବର୍ତ୍ତୀ କାଳରେ ମାଲକାନଗିରି ଓ ମୋଟୁ ସମତଳ ଅଞ୍ଚଳର 2.4 ଲକ୍ଷ ଏକର ଜମିକୁ ଜଳସେଚନ କାର୍ଯ୍ୟରେ ବ୍ୟବହାର କରାଯାଉଛି ।

ଭୈରବୀ ମନ୍ଦିର

ମାଲକାନଗିରି ସହରର ୩ କି.ମି. ଦୂରରେ ଭୈରବୀ ମନ୍ଦିର ଅବସ୍ଥିତ । ମାଲକାନଗିରିର ପାର୍ବତ୍ୟ ଦେବତା ଜୟପୁର ଆଡୁ ଆସୁଥିବା ଲୋକ ଓ ମାଲକାନଗିରି ଛାଡୁଥିବା ଲୋକ ସେମାନଙ୍କ ଶୁଭଯାତ୍ରା ସକାଶେ ପୂଜା ପାଆନ୍ତି । ଦିନ ତମାମ ମଧ୍ୟରେ ଅନେକ ଧାର୍ମିକ ପରିଦର୍ଶକ ପୂଜା କରିବା ସକାଶେ ଏହି ମନ୍ଦିର ଆକୃଷ୍ଟକରିଛି । ବିଶ୍ୱାସଯୋଗ୍ୟ ଯେ ଏହି ପାର୍ବତ୍ୟ ଦେବତା ମାଲକାନଗିରିର ରାଜାଙ୍କ ଦ୍ୱାରା ପୂଜା ପାଇ ଆସୁଥିଲେ ଯାହାର ଦୂର୍ଗର ଅବଶିଷ୍ଟାଂଶ ବର୍ତ୍ତମାନ ସୁଦ୍ଧା ଭୈରବୀ ମନ୍ଦିରରସମ୍ମୁଖରେ ଥିବା ରାଜାରାଣୀ ପର୍ବତରେ ଦେଖାଯାଏ ।

ଗୋଇ ପାହାଡ

ମାଲରାନଗିରି ସହର ନିକଟରେ ଗୋଇ ପାହାଡ ନିକଟରେ ଏକ ପ୍ରସିଦ୍ଧ ଶିବଲିଙ୍ଗ ଦେଖାଯାଏ । ମହାଶିବରାତ୍ରି ପର୍ବ ସମୟରେ ଏକ ବିରାଟ ଧାର୍ମିକ ଜନ ସମାବେଶ ପର୍ବତରେ ଥିବା ଭଗବାନ ଶିବଙ୍କ ମନ୍ଦିରରେ ଏକତ୍ରିତ ହୁଅନ୍ତି । ସ୍ଥାନୀୟ ଲୋକଙ୍କ ପ୍ରଚେଷ୍ଟା ତୀର୍ଥଯାତ୍ରୀମାନଙ୍କୁ ପାହାଡକୁ ଉଠିବା/ଚଢିବାରେ ନିରାପଦର ଆଶ୍ରୟ ଦେଇଥାଏ । ଉକ୍ତ ଶିବଲିଙ୍ଗର ଉଚ୍ଚତା ପ୍ରାୟ ୬ (ଛଅ) ଫୁଟରୁ ଅଧିକ ହେବ । ଏହା ନିରୀକ୍ଷଣ ଦ୍ୱାରା ଜଣାଯାଏ ଯେ, ଶିବଲିଙ୍ଗଟି କ୍ରମଶଃ ଉପରକୁ ବଢିବାରେ ଲାଗିଛି ।

ତାରିଣୀ ମନ୍ଦିର

ମାଲକାନଗିରି ସହରରୁ ଜୟପୁରକୁ ଯିବା ରାସ୍ତାରେ ସହରରୁ ୨ କି.ମି. ଦୂରରେ ପ୍ରସିଦ୍ଧ ତାରିଣୀ ମନ୍ଦିର ଅବସ୍ଥିତ । ରମଣୀୟ ସୌନ୍ଦର୍ୟ୍ୟପୂର୍ଣ୍ଣ ତଥା ଧାର୍ମିକ ପ୍ରାଧାନ୍ୟତାର ଏହି ମନ୍ଦିର ସମଗ୍ର ଜିଲ୍ଲାର ଲୋକଙ୍କୁ ଆକୃଷ୍ଟ କରିଛି ।

ମାନ୍ୟମକୋଣ୍ଡା

ମାନ୍ୟମକୋଣ୍ଡାଟି କାଲିମେଳା ବ୍ଲକର ଗ୍ରାମପଞ୍ଚାୟତ ମାନଙ୍କମଧ୍ୟରୁ ଅନ୍ୟତମ ଏବଂ ଏହା ମାଲକାନଗିରି ସଦରମହକୁମାରୁ ୯୦କି.ମି ଦୂରରେ ଅବସ୍ଥିତ । ଏହା ମାଲକାନଗିରି ଜିଲ୍ଲାର ପ୍ରଧାନ ଧର୍ମପରାୟଣ ସ୍ଥାନ ଅଟେ । ମାଲକାନଗିରିର ପ୍ରସିଦ୍ଧ ଭଗବାନ(ଭଗବାନ ମହାପ୍ରଭୁ) ଏହିସ୍ଥାନରେ ପୂଜା ପାଇଆସୁଛନ୍ତି । ପ୍ରତି ବର୍ଷ ମାର୍ଚ/ଏପ୍ରିଲ ମାସରେ ଏଠାରେ ଏକ ପର୍ବ ପାଳନ କରାଯାଏ । ପ୍ରତି ଏକ ବର୍ଷ ଅନ୍ତରରେ ମାଲକାନଗିରିର ପ୍ରଖ୍ୟାତ ପର୍ବ “ବଡଯାତ୍ରା” ନାମରେ ଏହି ସ୍ଥାନରୁ ଆରମ୍ଭକରି ମାଲକାନଗିରିର ମାଉଳି ମା ମନ୍ଦିର ପର୍ଯ୍ୟନ୍ତ ପୂଜା କରାଯାଏ । ତିନି ଭଗବାନ ନାମତଃ କାନାମାରା(କୃଷ୍ଣ), ପୋତୋରାଜୁ(ଭୀମ) ଏବଂ ବାଲରାଜୁ(ଅର୍ଜୁନ) ଏହି ପର୍ବରେ ପୂଜା ପାଆନ୍ତି । ଏହି ସ୍ଥାନଟି ଛୋଟୋ ଛୋଟୋ ପାହାଡରେ ପରିବେଷ୍ଟନୀ ମଧ୍ୟରେ ରହିଛି । ସୌନ୍ଦର୍ଜ୍ୟରେ ଭରା ଏହି ରମଣୀୟ ସ୍ଥାନ ଏବଂ ମହାପ୍ରଭୁଙ୍କ ମନ୍ଦିରକୁ ବହୁ ସଂଖ୍ୟକ ଧାର୍ମିକ ଅଭ୍ୟାଗତଙ୍କୁ ଆକ୍ରୁଷ୍ଟ କରିଥାଏ ।

ବଣ୍ଡାପାହାଡ

ମାଲକାନଗିରି ଜିଲ୍ଲା ସଦରମହକୁମାରୁ ୮୦କି.ମି ଦୂରରେ ଖଇରପୁଟ ବ୍ଲକ ଅନ୍ତର୍ଭୁକ୍ତ “ବଣ୍ଡାପାହାଡ” ଅବସ୍ଥିତ । ଏହା ପ୍ରାଚୀନ ଆଦିବାସୀ ବଣ୍ଡା ସଂପ୍ରଦାଯଙ୍କ ବାସସ୍ଥଳୀ । ଏହା ନିଘଞ୍ଚ ପାହାଡିଆ ଜଙ୍ଗଲ ଦ୍ୱାରା ଆବୃତ । ବର୍ତମାନ ସୁଦ୍ଧା ଏହି ସ୍ଥାନରେ ବଣ୍ଡାମାନେ ଊଲଗ୍ନ ଅବସ୍ଥାରେ ରହନ୍ତି ଏବଂ ବିଶ୍ଵାସ କରାଯାଏ ଯେ ସେମାନେ ଦେବୀ ସୀତାଙ୍କ ଦ୍ୱାରା ଅଭିଶପ୍ତ, କାରଣ ଦେବୀ ସୀତା ଗାଧୋଇବା ବେଳେ ଏହି ବଣ୍ଡାମାନେ ତାଙ୍କୁ ଦେଖି ହସିଥିଲେ । ସେଠାରେ ଗୋଟିଏ ନିର୍ଦ୍ଧିଷ୍ଟ ପର୍ବ “ପାଟଖଣ୍ଡା” ଯାତ୍ରା ଜାନୁୟାରୀ ମାସରେ ମୁଦୁଲିପଡାରେ ବଣ୍ଡାମାନଙ୍କ ଦ୍ୱାରା ଯେଉଁଠି ଏକ ଖଣ୍ଡାକୁ ପୂଜା କରାଯାଏ । ସେମାନେ ବିଶ୍ଵାସ କରନ୍ତି ଯେ ସେହି ଖଣ୍ଡାଟି ପାଣ୍ଡବ ମାନଙ୍କର ଅଟେ ।

ଆମ୍ମାକୁଣ୍ଡ

ଆମ୍ମାକୁଣ୍ଡଟି ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଖଇରପୁଟ ବ୍ଲକ ଅନ୍ତର୍ଗତ ଏବଂ ମାଲକାନଗିରି ସଦରମହକୁମାରୁ ୭୦କି.ମି ଦୂରରେ ଅବସ୍ଥିତ । ଏହି ଶୀତଳ ସ୍ଥାନ ପ୍ରକୃତିର ଏକ ଜଳପ୍ରପାତକୁ ଆଲିଙ୍ଗନ କରିଛି ଯେଉଁଠି ପରବର୍ତୀ ସମୟରେ ଦୁଇ ପାହାଡ ସନ୍ଧିରେ ଏକ ଉପତ୍ୟକା ସୃଷ୍ଠି କରିଛି । ଉକ୍ତ ଗିରି ସଙ୍କଟରେ ଦେଖାଯାଉଥିବା ମୀନଗୁଡିକ ସମ୍ପୂର୍ଣଭାବେ ଲୋକମାନଙ୍କ ସହ ବନ୍ଧୁତ୍ଵ ସ୍ଥାପନ କରନ୍ତି ଓ ଏହା ଭଗବାନ ବିଷ୍ଣୁଙ୍କ ମୀନ ଅବତରକୁ ବିଶ୍ବାସ କରାଯାଏ । ପରିଦର୍ଶକ ମାନଙ୍କ ସେହି ସ୍ଥାନରେ ରହଣି ସମୟରେ ମାଛମାନଙ୍କୁ ଖାଦ୍ୟ ଯୋଗେଇ ଆନନ୍ଦ ଉପଭୋଗ କରନ୍ତି । ଏହି ସ୍ଥାନଟି ନିଘଞ୍ଚ ଜଙ୍ଗଲ ଏବଂ କ୍ଷୁଦ୍ର କୁଦ/ଢିପ ଦ୍ଵାରା ଅବୃତ ।