• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ମାଲକାନଗିରି ଜିଲ୍ଲାର ଶିକ୍ଷା ରୂପରେଖା

ମାଲକାନଗିରି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମାଲକାନଗିରି ତା 5/7/12ରିଖ ଠାରୁ ବିଧିବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରି ଆସୁଛି। ଓଡିଶା ସରକାରଙ୍କ ବିଜ୍ଞାପନ ସଂଖ୍ୟା ୧୩୯୩୫/ବିଦ୍ୟାଲୟ ଗଣଶିକ୍ଷା ବିଭାଗ ତା ୩୦/୫/୧୨ ଅତିରିକ୍ତ ଶାସନ ସଚିବ ବିଦ୍ୟାଲୟ ଗଣଶିକ୍ଷା ବିଭାଗଙ୍କ ଅନୁଯାୟୀ ପୂର୍ବ ଜୟପୁର ଶିକ୍ଷାମଣ୍ଡଳ ଜୟପୁର ଠାରୁ ବିଭାଜନ ହୋଇ ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ,କ୍ରିଡା,ସାମାଜିକ ସେବା ଆଦର୍ଶ ନାଗରିତ୍ୱ ଇତ୍ୟାଦି ସହ ଶିକ୍ଷଣ କାର୍ଯ୍ୟ କ୍ରମ ଗୁଡିକର ଦକ୍ଷତା ଅଭିବୃତି ନିମନ୍ତେ ରାଜ୍ୟର ପ୍ରତି ରାଜ୍ୱସ୍ୱ ଜିଲ୍ଲାରେ ବିଦ୍ୟାଲୟ ଗଣଶିକ୍ଷା ବିଭାଗ ଏବଂ ମାଧ୍ୟମିକ ଶିକ୍ଷାପରିଷଦ ଓଡିଶାଙ୍କ ନିୟମ ଅନୁଯାୟୀ କାର୍ଯ୍ୟକାରି ହୋଇଆସୁଛି ।

ସ୍ୱାକ୍ଷର ଭାରତ କାର୍ଯ୍ୟକ୍ରମ-

ସ୍ୱାକ୍ଷର ଭାରତ କାର୍ଯ୍ୟକ୍ରର୍ମଟି ଭାରତ ସରକାରଙ୍କ ଏକ ପ୍ରୟୋଜିତ କାର୍ଯ୍ୟକ୍ରମ । ଏହା ଓଡିଶାରେ ତା ୨୮/୦୨/୧୧ ରିଖ ଆରମ୍ଭ ହେଲା ଏବଂ ମାଲକାନଗିରି ଜିଲ୍ଲାରେ ତା ୨୮/୦୭/୧୪ ରିଖ ଠାରୁ କାର୍ଯ୍ୟକାରୀ ହେଲା ।୧୫ ବର୍ଷରୁ ଉର୍ଦ୍ଧ ବୟସ ସୀମା ଭିତରେ ଯୁବ ଅଶିକ୍ଷିତ ବର୍ଗର ବିଶେଷ କରି ମହିଳା ଅନୁସୂଚିତ ଜାତି/ଅନୁସୂଚିତ ଅଣଜାତି, ସଂଖ୍ୟାଲଘୁ ଓ ଅନଗ୍ରସର ବର୍ଗଙ୍କୁ ଶିକ୍ଷିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।ଏହି କାର୍ଯ୍ୟକ୍ରମ ପାଇଁ ଭାରତ ସରକାର ତଥା ଓଡିଶା ସରକାରଙ୍କର ଅନୁଦାନ ଯଥାକ୍ରମେ ୭୫:୨୫ ଅନୁପାତ ରହିଛି ।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଏହି ଯେ କୈଶର ଶିକ୍ଷାକୁ ବୃଢ କରିବାରେ ପ୍ରୋସ୍ଚାହନ କରିବ । ବିଶେଷକରି ମହିଳାମାନେ ଯେଉଁମାନେ କି ବିଦ୍ୟାଳୟରୁ ଅନୁଷ୍ଠାନ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ଓ ସେମାନଙ୍କର ଅନୁଷ୍ଠାନ ଶିକ୍ଷା ପାଇଁ ବୟସ ସୀମା ଅତିକ୍ରମ ହୋଇଛି ।

ଏହି କାର୍ଯ୍ୟକ୍ରମ ନାରୀ ଓ ପୁରୁଷ ମଧ୍ୟରେ ଶିକ୍ଷାର ବ୍ୟବଧାନକୁ ହ୍ରାସ କରିବା ସହିତ, ମହିଳା ମାନକୁ ସଶକ୍ତି କରଣ ଓ ସାମାଜିକ ବିକାଶରେ ସହାୟକ ହେଉଛି।

ଉକ୍ତ କାର୍ଯ୍ୟକ୍ରମର ୪ଟି ପ୍ରମୁଖ ଉଦ୍ଦେଶ୍ୟ ରହିଛି :-

  1. ଏହା ଆନୁଷ୍ଠାନିକ ଶିକ୍ଷାକୁ ପ୍ରୋସ୍ଚାହନ ନେଉଛି ଓ ବହୁ ନିରକ୍ଷର ବକ୍ଷସ୍କମାନଙ୍କୁ ସ୍ୱାକ୍ଷର କରିବାରେ ସହାୟକ ହେଉଛି ।
  2. ଏହି କାର୍ଯ୍ୟକ୍ରମ ଯୋଗୁଁ ନିରକ୍ଷର ବକ୍ଷସ୍କମାନଙ୍କର ଶିକ୍ଷା ଜାରି ରଖିବା ସହିତ ସେମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ପ୍ରାପ୍ତପାଇଁ ସକ୍ଷମ କରୁଛି ।
  3. ଅନେକ ନିରକ୍ଷର ଓ ଅର୍ଦ୍ଧଶିକ୍ଷିତଙ୍କର ଜୀବିକା ନିର୍ବାହରେ ସହୟୁକ ଦକ୍ଷତା ବିକାଶ ହେଉଛି ।
  4. ଅର୍ଦ୍ଧଶିକ୍ଷିତ ବୟସ୍କ ମାନଙ୍କର ଶିକ୍ଷା ଜାରି ରହିବା ଫଳରେ ଶିକ୍ଷିତ ସମାଜ ପାଇଁ ଏହା ସୁଯୋଗ ସୃଷ୍ଟି କରୁଛି ।

ପାଇକା(PYKKA):-

ଭାରତ ସରକାରଙ୍କର ପାଇକା (PYKKA) ଯୋଜନା ପ୍ରତ୍ୟକ ରାଯ୍ୟରେ ୨୦୦୮/୦୯ ରେ କାଯ୍ୟକାରି ହୋଇଛି । ପାଇକା (PYKKA) ଅନୁଦାନ ମୁଖ୍ୟତଃ ନିମ୍ନ ଅଂଶ ବିଶେଷକୁ ନେଇ ଗଠିତ।

  1. ଥରିକିୟା ମୂଳ ପୁଞି ଅନୁଦାନ:- ଖେଳ ପଡିଆର ସୃଷ୍ଟି ଓ ବିକାଶ ନିମନ୍ତେ ।
  2. ବାର୍ଷିକ ପ୍ରାପ୍ତ ଅନୁଦାନ:- ଖେଳ ଉପକରଣ କ୍ରୟ ନିମନ୍ତେ ୧୦,୦୦୦ ଟଙ୍କା ।
  3. ବାର୍ଷିକ କାର୍ଯ୍ୟକାରି ଅନୁଦାନ:- କ୍ରିଡା କର୍ମି ମାନଙ୍କ , କ୍ରିଡା ଅନୁସଂଗୀକ କାର୍ଯ୍ୟ ବାବଦରେ ପାରିଶ୍ରମିକ ୬,୦୦୦ ଟଙ୍କା ।

ପାଇକା (PYKKA) କେନ୍ଦ୍ରର ଖେଳ ପଡିଆ ଉନ୍ନତି କରଣ ପାଇଁ ପ୍ରତି ଗ୍ରାମ ପଞ୍ଚାୟତକୁ ୧,୦୦,୦୦୦ (ଏକ ଲକ୍ଷ ଟଙ୍କା) ଓ ପ୍ରତି ବ୍ଳକ ସ୍ତରକୁ ୫,୦୦,୦୦୦(ପାଞ୍ଚ ଲକ୍ଷ ଟଙ୍କା) ଖର୍ଚ୍ଚ ବାବଦକୁ ସ୍ଥିର କରାଜାଇଛି । ଏତତ ବ୍ୟତିତ ବାର୍ଷିକ ଅନୁଦାନ ପ୍ରତି ଗ୍ରାମ ପଞ୍ଚାୟତକୁ ୧୦,୦୦୦ (ଦଶ ହଜାର) ଲେକାଏଁ ଏବଂ ପ୍ରତି ବ୍ଳକ ସ୍ତରକୁ ୨୦,୦୦୦ (କୋଡିଏ ହଜାର) ଲେଖାଏଁ ବିଭିନ୍ନ ଖେଳ ପାଇଁ ଉଦ୍ଦିଷ୍ଟ ଅଛି ।

ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଗଣା ସାଇକେଲ ବଣ୍ଟନ ଯୋଜନା

ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ସାଇକେଲ ବଣ୍ଟନମାଗଣା ସାଇକେଲ ବଣ୍ଟନ ସରକାରଙ୍କ ଏକ ସର୍ବୋକୃଷ୍ଟ କାର୍ଯ୍ୟକ୍ରମ ଅଟେ । ଏହା ମାଧ୍ୟମିକ ଶିକ୍ଷାପ୍ରତି ବିମୁଖ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଏକ ପ୍ରୋତ୍ସାହନ ଯୋଗାଇବା ସହିତ ଶିକ୍ଷାପ୍ରତି ଆକଶ୍ରଣ ସୃଷ୍ଟି କରୁଛି । ଉକ୍ତ ଯୋଜନାରେ ସମସ୍ତ ଦଶମ ଶ୍ରେଣୀର ବାଳିକା ବିଶେଷ କରି ସରକାରୀ/ସରକାରି ଅନୁଦାନ ବିଦ୍ୟାଳୟ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ବାଳକ ବିଶେଷ କରି ୧୧୮ ଟି T.S.P ବ୍ଳକ ଅନ୍ତର୍ଭୁକ୍ତ ।

ବିଗତ ୨୦୧୬/୧୭ ବର୍ଷର ୩,୨୮,୯୫,୨୦୦(ତିନି କୋଟି ଅଠେଇଶ ଲକ୍ଷ ପଞ୍ଚାନବେ ହଜାରେ ଦୁଇ ଶହ) ଅର୍ଥରାଶି ୧୨,୬୫୨ ଜଣ ହିତାଧିକାରୀଙ୍କୁ ସାଇକେଲ କିଣିବା ବାବଦରେ ସେମାନଙ୍କ ଜମାଖାତାରେ ଜମାକରାଯାଇଛି ।

ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା

ଉକ୍ତ ଜିଲ୍ଲାରେ 141ଟି ମାଧ୍ୟମିକ ବିଦ୍ୟାଳୟ ସହିତ ଗୋଟିଏ ସ୍ୱତନ୍ତ୍ର (ଅନ୍ଧ, ମୁକ, ବଧିର) ବିଦ୍ୟାଳୟ କାର୍ଯ୍ୟ କରୁଛି ।

ମାଧ୍ୟମିକ ବିଦ୍ୟାଳୟ ବିବରଣୀ
କ୍ରମିକସଂଖ୍ୟାବିଦ୍ୟାଳୟର ପ୍ରକାର ଭେଦବିଦ୍ୟାଳୟ ସଂଖ୍ୟା
ସରକାରୀ ମାଧ୍ୟମିକ ବିଦ୍ୟାଳୟ୧୭
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ୬୧
ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ୦୨
ବ୍ଳକ-ଗ୍ରାଣ୍ଟ ମାଧ୍ୟମିକ ବିଦ୍ୟାଳୟ୨୩
ଓଡିଆ ଆଦର୍ଶ ବିଦ୍ୟାଳୟ୦୭
ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ୨୧
ଜବାହାର ନଭୋଦୟ ବିଦ୍ୟାଳୟ୦୨
କେନ୍ଦ୍ରୀୟ ବିଦ୍ୟାଳୟ୦୧
ଏକଲବ୍ୟ ମଡେଲ ବିଦ୍ୟାଳୟ୦୧
୧୦ଘରୋଇ ଅଣଅନୁଦାନ ପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ୦୧
୧୧ସରସ୍ୱତୀ ଶିଶୁ ମନ୍ଦିର୦୧
୧୨ଇଂରାଜୀ ମାଧ୍ୟମ ମାଧ୍ୟମିକ ବିଦ୍ୟାଳୟ୦୩
୧୩ସ୍ୱତନ ବିଦ୍ୟାଳୟ ( ଅନ୍ଧ,ମୁକ, ବଧିର)୦୧

ପ୍ରାଥମିକ ସ୍ତରର ଥିବା ବିଦ୍ୟାଳୟ

ବିଦ୍ୟାଳୟର ବିଭାଗୀକରଣ ବ୍ଳକ ଓ ଶ୍ରେଣୀ ଅନୁଯାୟୀ
କ୍ରମିକ ସଂଖ୍ୟାବ୍ଳକ କାଯ୍ୟାଳୟର ନାମ୧ମ ରୁ ୮ମଉନ୍ନତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ୬ଷ୍ଠ ରୁ ୮ମ୧ମ ରୁ ୭ମ୬ଷ୍ଠ ରୁ ୭ମ୧ମ ରୁ ୫ମସର୍ବମୋଟ
୦୧କୋରୁକୋଣ୍ଡା୬୨୧୨୧୬୯୨୫୪
୦୨ମାଲକାନଗିରି୧୦୦୬୭୮୧୦୪
୦୩ପଡିଆ୬୫୧୫୧୧୧୭୫୨୬୮
୦୪କୁଡୁମୁଲୁ ଗୁମ୍ମା୦୮୦୮୧୫୧୨୫୧୫୬
୦୫ମାଥିଲି୪୧୦୪୧୧୧୧୬୨
୦୬କାଲିମେଳା୩୪୧୨୧୯୧୪୩୨୦୯
୦୭ଖଇରପୁଟ୨୫୦୪୧୬୮୩୧୩୦
 ସର୍ବମୋଟ୨୪୫୬୧୮୪୮୮୪୧୨୮୩

ସ୍ୱତନ୍ତ୍ର ବିଦ୍ୟାଳୟସଂଖ୍ୟା

ଗୋଟିଏ ଅଣସ୍ୱିକୃତପ୍ରାପ୍ତ ସ୍ୱତନ୍ତ୍ରବିଦ୍ୟାଳୟ(ଅନ୍ଧ, ମୁକ, ବଧିର) ଇରମାବାକା ସ୍ମାରକୀ ମାଧ୍ୟମିକବିଦ୍ୟାଳୟ ମାଥିଲିବ୍ଲକ୍ ଅନ୍ତର୍ଭୁକ୍ତ ନାୟକଗୁଡ଼ା ଠାରେ କାର୍ଯ଼୍ୟକରୁଛି।

ଶୌକ୍ଷିକ ପରିସୀମା

ବିଗତ ଜୟପୁର ଶିକ୍ଷାମଣ୍ଡଳ ଜୟପୁରଠାରୁ ବିଭାଜନପରେ ମାଲକାନଗିରି ଜିଲ୍ଲା ଶିକ୍ଷାକାର୍ଯ୍ୟଳୟ ମାଲକାନଗିରି 05.07.2012 ତାରିଖରୁ କାର୍ଯ୍ୟ କରିଆସୁଛି । ଉକ୍ତ ଜିଲ୍ଲାର ତୃଣମୂଳସ୍ତରରେ ଶିକ୍ଷାର ବିକାଶ ଓ ଉତ୍ତମ ବ୍ୟବସ୍ଥା ନିମନ୍ତେ 7ଟି ବ୍ଲକ ଶିକ୍ଷା ପ୍ରଶାସନ ଅଧିକାରୀ ପ୍ରତି ବ୍ଲକରେ କାର୍ଯ୍ୟ କରୁଛନ୍ତି।

ଛାତ୍ରବୃତ୍ତିଯୋଜନା

ଛାତ୍ରଛାତ୍ରୀମାନଙ୍କୁ କ୍ଷେତ୍ରରେ ଉତ୍ସାହିତ କରିବା ସଙ୍ଗେସଙ୍ଗେ ସେମାନଙ୍କ ମଧ୍ୟରେ ମେଧା ଚିହ୍ନଟ କରିବାପାଇଁ ସରାକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଛାତ୍ରବୃତ୍ତି ସହିତ ପ୍ରଚଳନ କରାଯାଇଛି ।

(କ)ପଠାଣୀ ସାମନ୍ତ ଗଣିତ ମେଧା ବୃତ୍ତି

୬ଷ୍ଠ ଶ୍ରେଣୀର ଅଧ୍ୟୟନ କରୁଥିବା ଛାତ୍ରକୁ ସ୍ତର-୦୧ ଏବଂ ୯ମ ଶ୍ରେଣୀର ଅଧ୍ୟୟନ କରୁଥିବା ଛାତ୍ର କୁ ସ୍ତର- ୦୨ ରେ ଧରାଯାଇଛି । ବାର୍ଷିକ ପରୀକ୍ଷାରେ ବିଜ୍ଞାନ ଓ ଗଣିତ ବିଷୟରେ ଶତକଡ଼ା ୫୦% ରୁ ଅଧିକ ନମ୍ୱର ରଖି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ବୃତ୍ତି ପରୀକ୍ଷା ଯୋଗ୍ୟ ବିବେଚିତ ହୋଇପାରିବେ, ଏହି ପରୀକ୍ଷା ପ୍ରତିବର୍ଷ ଅକୋବର ଓ ନଭେମ୍ୱର ମାସରେ ହୋଇଥାଏ, ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଚୟନ ହୋଇଥିବା ସଫଳ ପରୀକ୍ଷାର୍ଥୀ ମାନଙ୍କୁ ପ୍ରାଥମିକ ଶିକ୍ଷା ଓଡ଼ିଶା ଭୂବନେଶ୍ୱର ନିର୍ଦ୍ଦେଶାଳୟ ଦ୍ୱାରା ପୁରଷ୍କୃତ କରାଯାଇ ଥାଏ । ୧ମ ସ୍ତର ପାଇଁ ବର୍ଷକୁ ୨୦୦୦ଟଙ୍କା ହିସାବରେ ୩ବର୍ଷ ଓ ୨ୟ ସ୍ତର ପାଇଁ ବର୍ଷକୁ ୩୦୦୦ଟଙ୍କା ହିସାବରେ ୩ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯାଏ ।

(ଖ)ଜାତୀୟ ଆୟ ଭିତ୍ତିକ ମେଧାବୃତି ପରିକ୍ଷା (ଗଖଖଜ)

ଏହି ଛାତ୍ର ବୃତ୍ତିପାଇଁ କେବଳ ଅଷ୍ଟମ ଶ୍ରେଣୀରେ ସରକାରୀ/ସରକାରୀ ଅନୁଦାନ ପ୍ରାପ୍ତ/ଘରୋଇ ଅଣ ଅନୁଦାନ/ ସହରାଞ୍ଚଳ ସ୍ୱାୟତ୍ତ ଶାସନ ଅଧିନସ୍ଥ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଛାତ୍ରବୃତ୍ତି ପରୀକ୍ଷା ଦେଇପାରିବେ । ଅନ ଲାଇନ୍ ମାଧ୍ୟମରେ ଆବେଦନ କରି ପାରିବେ ।

 

ଯୋଗ୍ୟତା

ସପ୍ତମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ମୋଟ ୫୫% ନମ୍ୱର ସାଧାରଣ ବର୍ଗ ଓ ୫୦% ନମ୍ୱର ସଂରକ୍ଷଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ।ସେମାନଙ୍କର ପିତାମାତାଙ୍କର ବାର୍ଷିକ ଆୟ ୧,୫୦,୦୦୦ ରୁ ଅଧିକ ହୋଇ ନଥିବ ।

 

 

ବୃତ୍ତି

ମାସକୁ ୫୦୦ ଟଙ୍କା ହିସାବରେ +୨ ଶିକ୍ଷା ସମାପ୍ତି ପଯ୍ୟାନ୍ତ ପାଇପାରିବ ।

 

 

ପରିଚାଳକ

ଶିକ୍ଷକ ଶିକ୍ଷା ଓ ରାଜ୍ୟ ଶିକ୍ଷା ଗବେଷଣା ତାଲିମ ପରିଷଦ ଓଡ଼ିଶା ଭୂବନେଶ୍ୱର ।

 

(ଗ)ଜାତୀୟ ଦକ୍ଷତା ବୃତ୍ତି ପରୀକ୍ଷା

ଏହି ବୃତ୍ତି ପରୀକ୍ଷା ପାଇଁ ସରକାରୀ/ସରକାରୀ ସାହାଯ୍ୟ ପ୍ରାପ୍ତ/ସହରାଞ୍ଚଳ ସ୍ୱାୟତ୍ତ ଶାସନ ଅଧିନସ୍ଥ/ବେସରକାରୀ ସାହାଯ୍ୟ ପ୍ରାପ୍ତ/ ବେସରକରୀ ଅଣ ସାହାଯ୍ୟ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ସମସ୍ତ ଦଶମଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଅନ ଲାଇନ୍‍ ମାଧ୍ୟମରେ ଆବେଦନ କରି ପାରିବେ ।

 

ଯୋଗ୍ୟତା-ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଶତକଡ଼ା ୬୦% ନମ୍ୱର(ସାଧାରଣ ବର୍ଗ)ପାଇଁ ଓ ୫୫% (ସଂରକ୍ଷଣ ବର୍ଗ)ଙ୍କ ପାଇଁ ଉଦ୍ଦିଷ୍ଟ ।

 

 

ବୃତ୍ତିଧାରୀଙ୍କ ସଂଖ୍ୟା:-

ପ୍ରତିବର୍ଷ ସାରା ଓଡ଼ିଶାରୁ ଏକ ହଜାର ଛାତ୍ରଛାତ୍ରୀ ଏହି ବୃତ୍ତି ପାଇବାକୁ ଚୟନ କରାଯାଏ ।

 

 

ବୃତ୍ତି ପରିମାଣ:-

ପ୍ରତି ମାସ ୫୦୦ଟଙ୍କା ଲେଖାଏଁ ଯେକୌଣସି ବିଭାଗରେ ସ୍ନାତ୍ତୋକତ୍ତର ପର୍ଯ୍ୟନ୍ତ ପ୍ରଦାନ କରାଯାଏ ।

 

 

ପରିଚାଳକ:-

ଜାତୀୟ ଶିକ୍ଷା ଗବେଷଣା ତାଲିମ ପରିଷଦ ଭାରତ ସରକାର/ରାଜ୍ୟ ଶିକ୍ଷା ଗବେଷଣା ତାଲିମ ପରିଷଦ ଓଡ଼ିଶା ।

 

(ଘ) ଜାତୀୟ ଗ୍ରାମୀଣ ଦକ୍ଷତା ବୃତ୍ତି

ବାର୍ଷିକ ପରୀକ୍ଷାରେ ସପ୍ତମ ଶ୍ରେଣୀରେ ଶତକଡ଼ା ୬୦% ବା ତତ୍‍ ଉର୍ଦ୍ଧ ନମ୍ୱର ରଖିଥିବା ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ଉତ୍ତମ ପାଞ୍ଚଜଣ ଛାତ୍ରଛାତ୍ରୀ ଉକ୍ତ ବୃତ୍ତି ପରୀକ୍ଷା ଦେବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା କଟକ ପରିଗ୍ଭଳନା କରୁଛି ।

 

 

ଦରଖାସ୍ତ କରିବାର ପ୍ରଣୀଳୀ:-

ଅନ ଲାଇନ୍

 

 

ବୃତ୍ତି ଧାରୀଙ୍କ ସଂଖ୍ୟା:-

ପ୍ରତ୍ୟେକ ବ୍ଲକ୍ ରୁ ୧୦ଜଣ ବୃତ୍ତିଧାରୀ ସେଥି ମଧ୍ୟରୁ ୩ଜଣ ସାଧାରଣ ବର୍ଗ ଗ୍ରାମାଞ୍ଚଳରୁ । ୨ଜଣ ସାଧାରଣ ବର୍ଗରୁ, ୨ଜଣ ଅନୁସୂଚିତ ଜନଜାତି ଓ ୧ଜଣ ସାମାଜିକ ଶିକ୍ଷା ଅନଗ୍ରସର ବର୍ଗରୁ ବଛା ଯାଇଥାନ୍ତି ।

 

 

ବୃତ୍ତି ପରିମାଣ:-

ମାସକୁ ୨୫୦ଟଙ୍କା ଲେଖାଏଁ ୩୬ମାସ ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ ।

 

 

ପରିଚାଳକ:-

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା କଟକ ।

 

ଜାତୀୟ ଯୋଜନାରେ ମାଧ୍ୟମିକ ଶିକ୍ଷାପାଇଁ ବାଳିକା ମାନଙ୍କୁ ପ୍ରୋତ୍ସାହିନ

ଏହା କେନ୍ଦ୍ରୀୟ ପ୍ରାୟଜିତ ଯୋଜନା ଯାହା କି ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ବିଭାଗ ଦ୍ୱାରା ଲାଗୁ କରାଯାଇଛି । ଏହାର ଲକ୍ଷ୍ୟ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ସଂପ୍ରଦାୟର ବାଳିକା ମାନଙ୍କର ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଉପସ୍ଥାନ ବୃଦ୍ଧି କରିବା ଓ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଅଧାରୁ ପାଠ ଛାଡିଥିବା ବାଳିକା ମାନଙ୍କର ସଂଖ୍ୟାକୁ ହ୍ରାସ କରିବ । ଏହି ଯୋଜନାଟି ୨୦୦୮-୨୦୦୯ ଶିକ୍ଷା ବର୍ଷଠାରୁ ଲାଗୁ ହୋଇ ଆସୁଛି ।

 

ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ବାଳିକା ମାନଙ୍କୁ ୩୦୦୦ଟଙ୍କା ଲେଖାଏଁ ସେମାନଙ୍କର ଜମା ଖାତାରେ DBT ମାଧ୍ୟମରେ ପ୍ରଦାନ କରାଯାଏ । ଏହି ଜମା ରାଶିକୁ ଦଶମ ଶ୍ରେଣୀ ଉତ୍ତର୍ଣ୍ଣି ହେବା ସହିତ ୧୮ ବୟସ ହେଲେ ବାଳିକାଟି ତାର ଜମା ରାଶି ଉଠାଇ ପାରିବ ।

ଯୋଜନାର ନୀୟମାବଳୀ

  1. ସମସ୍ତ ଅନୁସୂଚିତ ଜାତି/ ଜନ ଜାତିର ୯ମ ଶ୍ରେଣୀରେ ପଢୁଥିବା ସରକାରୀ/ସରକାରୀ ଅନୁଦାନ ପ୍ରାପ୍ତ/ସ୍ୱାୟତ୍ତ ଶାସନ ଅଧିନସ୍ଥ ବିଦ୍ୟାଳୟର ବାଳିକା ଯୋଗ୍ୟ ବିବେଚିତ ହେବେ ।
  2. ସବୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ଉତ୍ତିର୍ଣ୍ଣ ହୋଇ ଥିବା ସମସ୍ତ ଅନୁସୂଚିତ ଜାତି/ ଜନ ଜାତିର ବାଳିକା ଏବଂ ରାଜ୍ୟ ସରକାର/ ସରକାରୀ ସାହାର୍ଯ୍ୟ ପ୍ରାପ୍ତ । ସ୍ଥାନୀୟ ସ୍ୱାୟତ୍ତ ଶାସନ ଅଧିନସ୍ଥ ବିଦ୍ୟାଳୟ ଗୁଡ଼ିକରେ ୯ମ ଶ୍ରେଣୀରେ ନାମ ଲେଖାଇ ଥିବା ବାଳିକାମାନେ ଯୋଗ୍ୟ ବିବେଚିତ ହେବେ ।
  3. ୯ମ ଶ୍ରେଣୀର ନାମ ଲେଖାଇବା ସମୟରେ ସେମାନେ ସମସ୍ତେ ୧୬ବର୍ଷ ବୟସରୁ କମ୍‍ ହୋଇଥିବେ ଓ ଅବିବାହିତ ଥିବେ ।
  4. ଯେଉଁ ଛାତ୍ରୀମାନେ ବେସରକାରୀ/କେନ୍ଦ୍ରୀୟ ବିଦ୍ୟାଳୟରେ ପଡୁଥିବେ ସେମାନେ ଅଯୋଗ୍ୟ ବିବେଚିତ ହେବେ ।
  5. ଏହି ବୃତ୍ତି ପାଇଁ ପିତାମାତା/ଅଭିଭାବଙ୍କର ଆୟର ସୀମା ଉପରେ କଟକଣା ନାହିଁ ।
  6. ଯୋଗ୍ୟ ବିବେଚିତ ବାଳିକାମାନେ ସେମାନଙ୍କର ଜମାଖାତା ଯେକୌଣସି ଜାତୀୟ କରଣ ବ୍ୟାଙ୍କରେ ବିନା ଜମାରେ ଖାତା ଖୋଲିଥିବେ । ଜମାଖାତା ଆଧାର ସହିତ ସଂଯୋଗ କରାଯିବ ।

ମଧ୍ୟାହ୍ନ ଭୋଜନର ଯୋଜନାର ଉଦ୍ଦେଶ୍ୟ

ସରକାରୀ/ସ୍ୱଂୟ ଶାସିତ/ ସରକାରୀ ଅନୁଦାନ ଏବଂ ଊୠଜ/ଆଐଊ ଇତ୍ୟାଦି କେନ୍ଦ୍ର ଗୁଡିକରେ ୧ମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ପୃଷ୍ଟି ବର୍ଦ୍ଧନ ନିମନ୍ତେ ।ଗରିବ ତଥା ସାମାଜିକ ସୁବିଧା ସୁଯୋଗରୁ ବଞ୍ଚିତ ଶ୍ରେଣୀର ପିଲାମାନଙ୍କୁ ନିୟମିତ ବିଦ୍ୟାଳୟକୁ ଆସିବା ପାଇଁ ଆକୃଷ୍ଟ କରିବା ସହିତ ଶ୍ରେଣୀ କାର୍ଯ୍ୟ କ୍ରମରେ ସେମାନଙ୍କର ଏକାଗ୍ରତା ଆଣିବାରେ ସାହାୟକ ହୋଇଥାଏ । ମରୁଡ଼ି ପ୍ରପିଡିତ ଅଞ୍ଚଳରେ ଗ୍ରୀଷ୍ମ ଅବକାଶ ସମୟରେ ସମସ୍ତ ପ୍ରାଥମିକ/ଉଚ୍ଚ ପ୍ରାଥମିକ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ସେମାନଙ୍କୁ ଶ୍ରେଣୀକୁ ନିୟମିତ ପୋଷଣ ବିକାଶରେ ସହାୟକ ହୁଏ ।

ମୁଖ୍ୟ ଉଦ୍ଦେଶ୍ୟ

ବିଦ୍ୟାଳୟରେ ଅଂଶ ଗ୍ରହଣରେ ପ୍ରୋତ୍ସାହନ

ବିଦ୍ୟାଳୟରୁ ଯୋଗଦାନ ପାଇଁ ମଧ୍ୟାହ୍ନ ଭୋଜନ ଯୋଜନା ଏକ ବଡ ଫଳପ୍ରଦ ବ୍ୟବସ୍ଥା ଅଟେ । ଯାହାଫଳରେ କି ପିଲାମାନଙ୍କର କେବଳ ଉପସ୍ଥାନ ପ୍ରାୟ ୮୭,୭୨୪ ଜଣ ପ୍ରାଥମିକ/୨୭,୪୧୫ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇଛନ୍ତି ।

ଶ୍ରେଣୀ ଗୃହରେ କ୍ଷୁଧା ନିବାରଣ

ଅଧିକାଶଂ ପିଲା ଘରେ ନ ଖାଇ ଖାଲି ପେଟରେ ବିଦ୍ୟାଳୟକୁ ଆସନ୍ତି । ମଧ୍ୟାହ୍ନ ସମୟରେ ସେମାନଙ୍କର କ୍ଷୁଧା ଅସହ୍ୟ ହୁଏ । ପାଠରେ ମନ ଲାଗେ ନାହିଁ । ଆଉ କେତେକ ପିଲା ବିଦ୍ୟାଳୟଠାରୁ ଦୂରରୁ ଆସୁଛନ୍ତି ସେମାନେ ଜଳଖିଆ/ଟିଫିନ୍‍ ସାଙ୍ଗରେ ଆଣି ପାରୁ ନାହାନ୍ତି । ଏଣୁଁ ମଧ୍ୟାହ୍ନ ଭୋଜନ ଏହି ପିଲାମାନଙ୍କର କ୍ଷୁଧା ନିବାରଣରେ ସାହାଯ୍ୟ କରୁଛି ପ୍ରତ୍ୟେକ ବର୍ଷ ପ୍ରାୟ ୧୮,୧୨୧,୩୦ କ୍ୱିଣ୍ଟାଲ ଗ୍ଭଉଳ ପ୍ରାଥମିକ ବିଦ୍ୟାଳୟ ପାଇଁ ଏବଂ ୬,୬୩୭.୪୦ କ୍ୱିଣ୍ଟାଲ ଗ୍ଭଉଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ବ୍ୟବହାର ହେଉଛି ।

ସ୍ୱାସ୍ଥର ଅଭିବୃଦ୍ଧି ପାଇଁ ସୁବିଧା

ମଧ୍ୟାହ୍ନ ଭୋଜନ ପିଲାମାନଙ୍କର ସ୍ୱାସ୍ଥର ଅଭିବୃଦ୍ଧି ପାଇଁ ଅନୁପୂରକ ପୋଷାକ ହିସାବରେ ଏକ ନିୟମିତ ଉତ୍ସ ଭାବରେ କାର୍ଯ୍ୟକରେ । ସରଣୀ ପ୍ରତ୍ୟେକ ବିଦ୍ୟାଳୟକୁ ଯୋଗାଇ ଦିଆଯାଇଛି ଯାହାକି ଖାଦ୍ୟ ମାନଙ୍କୁ ଠିକ୍‍ ରଖି ପରିବେଷଣ କରିବା ପାଇଁ ।

ଅନ୍ତର୍ନିହିତ ଶୌକ୍ଷିକ ମୂଲ୍ୟ

ଗୋଟିଏ ସୁବ୍ୟବସ୍ଥିତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପିଲାମାନଙ୍କର ଉତ୍ତମ ଅଭ୍ୟାସ ପାଇଁ ସୁଯୋଗ ଦେଇଥାଏ । ଯେପରିକି ଖାଇବା ପୂର୍ବରୁ ଓ ପରେ ଭଲ ଭାବରେ ହାତ ଧୋଇବା, ପରିଷ୍କାର ପାନୀୟ ଜଳ ବ୍ୟବହାର କରିବା ଓ ଉତ୍ତମ ସ୍ୱାସ୍ଥ ପ୍ରତି ସଚେତନ ହେବା, ପରିବେଶକୁ ପରିଷ୍କାର ରଖିବାରେ ସଚେତନ କରାଏ ।

ସାମାଜିକ ସମତା ଆଣିବାରେ ପ୍ରୋତ୍ସାହନୟ

ବିଭିନ୍ନ ସାମାଜିକ ପୃଷ୍ଠ ଭୂମିରୁ ଆସୁଥିବା ପିଲାମାନଙ୍କ ମଧ୍ୟରେ ସମତାବାଦୀ ଭାବଧାରା ବିସ୍ତାର କରିବାରେ ମଧ୍ୟାହ୍ନ ଭୋଜନ ସହାୟକ ହୋଇଥାଏ, ଏକାଠି ଏକ ପ୍ରକାର ଖାଦ୍ୟ ଗ୍ରହଣ କରିବାରେ ଆନନ୍ଦ ଥାଏ । ବିଦ୍ୟାଳୟରେ ଏକ ନିର୍ଦ୍ଦିଷ୍ଟ ପ୍ରକାର ମଧ୍ୟାହ୍ନ ଭୋଜନ ପିଲାମାନଙ୍କ ମଧ୍ୟରେ ଜାତିଗତ ଓ ଶ୍ରଣୀଗତ ବିଭେଦ ଦୂର କରିବାରେ ସାହାଯ୍ୟ କରେ । ଜାତିଗତ କୁସଂସ୍କାରକୁ ଦୂର କରିବା ପାଇଁ ଦଳିତ ବର୍ଗର ବିଧବା ଓ ଗରିବ ମହିଳା ମାନଙ୍କୁ କାର୍ଯ୍ୟରେ ନିଯୁକ୍ତି ଦେଇ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ସୁଗମ କରେ ।

ଲିଙ୍ଗଗତ ସମାନତା ବୃଦ୍ଧି

ଉକ୍ତ ଯୋଜନା ପୁଅ ଝିଅଙ୍କ ମଧ୍ୟରେ ସଂକିର୍ଣ୍ଣ ମନୋଭାବକୁ ହ୍ରାସ କରିଥାଏ, ଝିଅମାନଙ୍କୁ ବିଦ୍ୟାଳୟକୁ ପାଠ ପଢିବାକୁ ଆସିବାକୁ ସାହାଯ୍ୟ କରେ । ଝିଅଟି ଶିକ୍ଷିତ ହୁଏ । ମହିଳାଟିଏ ରୋଷେଇ କାର୍ଯ୍ୟରେ ନିଯୁକ୍ତି ପାଏ । ଏହା ଲିଙ୍ଗ ଗତ ବିବେଧକୁ ଦୂର କରିବାରେ ସହାୟକ ହୁଏ ।

ମନସ୍ତାତ୍ତିକ ସୁବିଧା

ମାନସିକ ସ୍ତରରେ ଅନେକ ବହୁ ବିଘ୍ନ ପରିସ୍ଥିତ ଦେଖା ଦିଏ ଯଥା- ଆତ୍ମ ସମ୍ମାନ ହାନୀ, ଅସୁରକ୍ଷିତ ଭାବ, ଉଦ୍ବେକଗ , ମାନସିକ ଗ୍ଭଷ ଇତ୍ୟାଦି, ଏହାର ନିରାକରଣ ପାଇଁ ମଧ୍ୟାହ୍ନ ଭୋଜନ ବୋଧିକ ବିକାଶ ଭାବ ବୋଧ ଓ ସାମାଜିକ ଅଭିବୃଦ୍ଧିରେ ସାହାର୍ଯ କରେ ।

କମିଟି ଗଠନ

ଜିଲ୍ଲାର ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକ୍ରମ କୁ ଉତ୍ତମ ରୂପେ ପରିଗ୍ଭଳନା ପାଇଁ ଏକ କମିଟ ଗଠନ କରାଯାଇଛି । ଉକ୍ତ କମିଟର ନାମ ପର୍ଯ୍ୟବେକ୍ଷକ ନିରିକ୍ଷକ ତଥା ପରିଗ୍ଭଳନା କମିଟି ନାମରେ ଗଠନ କରାଯାଇଛି ।

ବ୍ଳକ ଶିକ୍ଷା ଅଧିକାରୀ ବିବରଣୀ

ଉକ୍ତ ଜିଲ୍ଳାରେ 3ଟି ବ୍ଳକ ଶିକ୍ଷା ଅଧିକାରୀଙ୍କ କାଯ୍ୟାଳୟ ଅଛି । ଏହା ବ୍ଳକ ମୁଖ୍ୟ କାଯ୍ୟାଳୟରେ ଅବସ୍ଥାପିତ ହୋଇଅଛି ।

ବ୍ଳକ ଶିକ୍ଷା ଅଧିକାରୀ ବିବରଣୀ
କ୍ରମିକ ସଂଖ୍ୟାବ୍ଲକର ନାମବ୍ଳକ ଅଧିକାରିଙ୍କ ନାମପଦପିଯୋଗାଯୋଗ ଠିକଣା
୦୧କୋରୁକୋଣ୍ଡାଶ୍ରୀ ରାଜା ରାଓ ଧୋବା ,ଓ.ସି.ସେ-୦୨ବ୍ଳକ କାଯ୍ୟାଳୟ ଅଧିକାରୀ୯୪୩୮୨୨୩୬୦୫
୦୨ମାଲକାନଗିରିଶ୍ରୀ ବିନୋଦ ସିଂ, ଓ.ସି.ସେ-୦୨ବ୍ଳକ କାଯ୍ୟାଳୟ ଅଧିକାରୀ୯୪୩୯୭୫୦୫୨୦
୦୩ପଡିଆଶ୍ରୀ ଗଙ୍ଗାଧର ପଟ୍ଟନାୟକ , ଓ.ସି.ସେ-୦୨ବ୍ଳକ କାଯ୍ୟାଳୟ ଅଧିକାରୀ୯୪୩୭୧୧୮୨୯୫
୦୪କୁଡୁମୁଲୁ ଗୁମ୍ମାଶ୍ରୀ ରାଜା ରାଓ ଧୋବା , ଓ.ସି.ସେ-୦୨ବ୍ଳକ କାଯ୍ୟାଳୟ ଅଧିକାରୀ୯୪୩୮୨୨୩୬୦୫
୦୫ମାଥିଲିଶ୍ରୀ ଗୌରୀ ଶଙ୍କର ଦାସ, ଓ.ସି.ସେ-୦୨ବ୍ଳକ କାଯ୍ୟାଳୟ ଅଧିକାରୀ୯୪୩୮୬୪୯୭୧୮
୦୬କାଲିମେଳାଶ୍ରୀ ଗଙ୍ଗାଧର ପଟ୍ଟନାୟକ , ଓ.ସି.ସେ-୦୨ବ୍ଳକ କାଯ୍ୟାଳୟ ଅଧିକାରୀ୯୪୩୭୧୧୮୨୯୫
୦୭ଖଇରପୁଟଶ୍ରୀ ରାଜା ରାଓ ଧୋବା, ଓ.ସି.ସେ-୦୨ବ୍ଳକ କାଯ୍ୟାଳୟ ଅଧିକାରୀ୯୪୩୮୨୨୩୬୦୫

ଜିଲ୍ଲା ମୁଖ୍ୟ ଅଧିକାରୀ

ଜିଲ୍ଲା ଶିକ୍ଷା ଅଧିକାରୀ
ଶ୍ରୀ ରମେଶ ଚନ୍ଦ୍ର ସେଠି(ଓ.ସି.ସେ-୧,ବରିଷ୍ଠ)
ଯୋଗାଯୋଗ -୯୪୩୯୩୩୦୧୨୭

ଅତିରିକ୍ତ ଜିଲ୍ଲା ଅଧିକାରୀ

ଶ୍ରୀ ମାନସ କୁମାର ଜେନା (ଓ.ସି.ସେ-୧,କନିଷ୍ଠ)
ଯୋଗାଯୋଗ ନଂ-୯୪୩୯୫୫୪୪୧୬

କାଯ୍ୟାଳୟର ଠିକଣା

ଜିଲ୍ଲା କାଯ୍ୟାଳୟ,
ଏମ୍.ଭି-03(ଜିଲ୍ଲା ସଡକ ପରିବହନ କାର୍ଯ୍ୟାଳୟ ନିକଟସ୍ଥ)
ପିନ-୭୬୪୦୪୫
ଯୋଗାଯୋଗ-୦୬୮୬୧-୨୩୦୭୬୧

ଲୋକ ସୂଚନା ଅଧିକାରୀ (ଜିଲ୍ଲା ବିଜ୍ଞାନ ସଂଯୋଜଗ)

ଶ୍ରୀ କୃର୍ଷ୍ଣ ଚନ୍ଦ୍ର ବେବର୍ତ୍ତା,
ଯୋଗାଯୋଗ-୯୪୩୭୭୪୮୪୦୯

ଅତିରିକ୍ତ ଲୋକ ସୂଚନା ଅଧିକାରୀ

ଶ୍ରୀ ବିଜୟ କୁମାର ସାହୁ (ଭାରପ୍ରାପ୍ତ ମୁଖ୍ୟ କିରାଣୀ)
ଯୋଗାଯୋଗ ଠିକଣା-୯୪୩୭୬୯୩୫୪୪