ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅବସ୍ଥିତି ଓ ଇତିହାସ
୧୯୫୬ ମସିହାରେ ମାଲକାନଗିରି ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୂପେ କାର୍ଯ୍ୟ କରୁଥିଲା । ୧୯୯୨ ମସିହାରେ କୋରାପୁଟ ଜିଲ୍ଲାରୁ ପୃଥକ୍ ହୋଇ ମାଲକାନଗିରି ଜିଲ୍ଲାର ମାନ୍ୟତା ପାଇଲା ପରେ ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସାଳୟ ଅନୁଷ୍ଠିତ ହୋଇଅଛି । ୧୯୦୯ ରେ ମାଲକାନଗିରି ଏକ ଡିସପେନସାରୀ ଭାବରେ ୧୯୨୩ ମସିହାରେ ମାଥିଲି, ମୋଟୁ ଏବଂ ବାଲିମେଳାରେ ମଧ୍ୟ ଡିସପେନସାରୀ ଭାବରେ କାର୍ଯ୍ୟ କରୁଥିଲା । ସେହି ସମୟରେ ପଡିଆରେ ମଧ୍ୟ ଏକ ଆୟୁର୍ବେଦ ଡିସପେନସାରୀ ରୂପେ କାର୍ଯ୍ୟ କରୁଥିଲା । ରେଳ ବିଭାଗ ଓ ଦଣ୍ଡକାରଣ୍ୟ ଉନ୍ନୟନ ସଂସ୍ଥା ଏବଂ ବାଲିମେଳା ହାଇଡ୍ରୋ ବିଦ୍ୟୁତ୍ ପ୍ରଜେକ୍ଟ ତରଫରୁ ଏହି ଡିସପେନସାରୀର ଚଳାଇବା ଭାର ଦାୟିତ୍ୱ ନେଇଥିଲେ । ଏହା ସହିତ କେତେକ ମିଶିନାରୀ ଓ ମିଶିନାରୀ ଚିକିତ୍ସାଳୟ ମଧ୍ୟ ଜିଲ୍ଲାରେ ହିତାଧିକାରୀଙ୍କ ପାଇଁ କାର୍ଯ୍ୟ କରୁଥିଲେ ।
ଜାନୁଆରୀ 1 ତାରିଖ ୧୯୬୨ ମସିହାରେ ମାଲକାନଗିରି ଏକ ସବଡିଭିଜନ ଭାବରେ ଗଠିତ ହେଲା, ସେତେବେଳେ ଦଣ୍ଡକାରଣ୍ୟ ଉନ୍ନୟନ ସଂସ୍ଥା ୧୯୫୮ ରୁ ୧୯୮୮ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା । ଏହି ସଂସ୍ଥା ତରଫରୁ ବିଭିନ୍ନ ରାସ୍ତା ତଥା ସଡକ ପଥର ଉନ୍ନତି, ବିଚ୍ଛିନ୍ନାଞ୍ଚଳ ପାଇଁ ନଦୀ ଓ ଜଳଭଣ୍ଡାରରେ ଯିବା ଆସିବା ନିମନ୍ତେ ସୁବିଧା କରିଥିଲେ; ଏହାପରେ ରାଜ୍ୟ ସରକାର ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ସହଯୋଗରେ ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆଗେଇ ଆସିଲେ ।
- ସମସ୍ତ ଜନସାଧାରଣ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ହେଉଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୂଳ ଲକ୍ଷ୍ୟ ।ଆୟୁଷ ହେଉଛି , ଆୟୁର୍ବେଦ, ଯୋଗ, ୟୁନାନୀ, ସିଦ୍ଧ ଓ ହୋମିଓପ୍ୟାଥିକ ଚିକିତ୍ସାର ସମାହାର । ବିଭିନ୍ନ ପ୍ରକାର ସେବା ପ୍ରଚଳନ ଦ୍ୱାରା ଗ୍ରାମାଞ୍ଚଳର ଜନସାଧାରଣ ଭିନ୍ନ ଭିନ୍ନ ପ୍ରକାର ଚିକିତ୍ସା ସୁବିଧା ପାଇବାରେ ସହାୟକ ହେବ ।
- ସ୍ୱାସ୍ଥ୍ୟ ବିଭାଗରେ ଔଷଧ ନିୟନ୍ତ୍ରଣ ସହିତ ଖାଦ୍ୟ ଅପମିଶ୍ରଣକୁ ପ୍ରତିରୋଧ କରିବା ସଂଗେ ସଂଗେ ଜନସଂଖ୍ୟା ସ୍ଥିରତା ଆଣିବା ହେଉଛି ପରିବାର କଲ୍ୟାଣ କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ୱ । ଏହାଦ୍ୱାରା ଆର୍ଥିକ ବୃଦ୍ଧି, ସାମାଜିକ ଉନ୍ନତି ଓ ପାରିପାର୍ଶ୍ୱିକ ସୁରକ୍ଷା ଉପଲବ୍ଧ ହୋଇଥାଏ । ଏହି ବିଭାଗର ମୂଳ ଲକ୍ଷ୍ୟ ହେଉଛି ଗୁଣାତ୍ମକ ସେବା ଯତ୍ନ,ଡାକ୍ତରୀ
- ଚିକିତ୍ସା ସହିତ ସମସ୍ତ ସ୍ୱାସ୍ଥ୍ୟ ସେବା ମାଗଣାରେ ଲୋକମାନଙ୍କୁ ଦିଆଯାଇଥାଏ । ଅନୁନ୍ନତ ପଛୁଆବର୍ଗ ତଥା ଆଦିବାସୀ ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ଗୁଣାତ୍ମକ ସେବା ସହିତ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବା ପଦ୍ଧତି ଗୁଡିକ ପହଞ୍ଚାଇବାରେ ସାହାଯ୍ୟ କରିବା ।ମାଲକାନଗିରି ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଜାତୀୟ ସ୍ୱାସ୍ଥ୍ୟ ମିଶନ ସହିତ ଅନୁବନ୍ଧିତ ହୋଇ
- ଅନେକ ପ୍ରକାରର ସ୍ୱାସ୍ଥ୍ୟ ଯୋଜନା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛି । ଜିଲ୍ଲାର ଆଦିବାସୀ ଓ ପଛୁଆ ଦୁର୍ଗମ ଅଞ୍ଚଳର ଲୋକମାନଙ୍କର ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଯୋଜନାକୁ କାର୍ଯ୍ୟକାରୀ କରି ସଫଳତା ଦିଗରେ ଅଗ୍ରସର ହେଉଛି ।
- ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଯଥେଷ୍ଟ ଗୁଣାତ୍ମକ, ପ୍ରତିଷେଧକ ଓ ରୋଗନାଶକ ସେବା ପ୍ରଦାନ କରିବା ପାଇଁ ଚେଷ୍ଟା କରୁଛୁ।
- ଜନଜାତି, ଅନୁନ୍ନତ ପଛୁଆ ବର୍ଗ ତଥା ଦୁର୍ଗମ ଅଞ୍ଚଳର ଲୋକଙ୍କ ନିଟକରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା।
- ଏଲୋପାଥିକ ଚିକିତ୍ସା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳରେ ହୋମିଓପାଥିକ ଓ ଆୟୁର୍ବେଦିକ ଚିକିତ୍ସା ମଧ୍ୟ ଯୋଗାଇଦେବା ।
- ଜିଲ୍ଲାରେ ପୋଲିଓ ଓ କୁଷ୍ଠରୋଗକୁ ନିରାକରଣ କରିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସଂକ୍ରାମକ ରୋଗକୁ ନିୟନ୍ତ୍ରଣ କରିବା।
- ମାତୃମୃତ୍ୟୁ , ଶିଶୁ ମୃତ୍ୟୁ ଓ ନବଜାତ ଶିଶୁ ମୃତ୍ୟୁ ହାର ଯଥେଷ୍ଟ କମ୍ କରିବା ।
- ମାଲକାନଗିରି ଜିଲ୍ଲାର ସମସ୍ତ ଲୋକମାନଙ୍କୁ ବିଭିନ୍ନ ପ୍ରକାର ରୋଗ ପାଇଁ ମାଗଣା ଔଷଧ ସହିତ ଚିକିତ୍ସା ସୁବିଧା ଯୋଗାଇଦେବା ।
- ସମସ୍ତ ଚିକିତ୍ସାଳୟରେ ରହିବା ସହିତ ମାଗଣା ଔଷଧ ଓ ଡାକ୍ତରୀ ସେବା ପ୍ରଦାନ କରିବା।
- ସମସ୍ତ ଡାକ୍ତର, ସେବିକା ଏବଂ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ କାର୍ଯ୍ୟଦକ୍ଷତା ଓ ଜ୍ଞାନ ବୃଦ୍ଧି ନିମନ୍ତେ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରି ସ୍ୱାସ୍ଥ୍ୟ ଶିକ୍ଷାର ଅଭିବୃଦ୍ଧି କରିବା ।
| କ୍ର.ସ॰. | ନାମ | ସ॰ଖ୍ୟା |
|---|---|---|
| ୧ | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ | ୦୧ |
| ୨ | ଜିଲ୍ଲା ପୋଷ୍ଟ ପର୍ଟୁମ ସେଣ୍ଟର | ୦୧ |
| ୩ | ପୋଷ୍ଟ ମାର୍ଟୁମ ସେଣ୍ଟର | ୦୫ |
| ୪ | ଆଈସିଇଉ | ୦୧ |
| ୫ | ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର | ୦୮ |
| ୬ | ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ) | ୨୪ |
| ୭ | ସ୍ୱାସ୍ଥ୍ୟ ଉପକେନ୍ଦ୍ର | ୧୫୮ |
| ୮ | ସେକ୍ଟର | ୨୬ |
| ୯ | ଏରିଆ ଚିକିତ୍ସାଳୟ | ୦୪ |
| ୧୦ | ପ୍ରଥମ ପ୍ରେରଣ କେନ୍ଦ୍ର | ୦୨ |
| ୧୧ | ରକ୍ତ ଭଣ୍ଡାର) | ୦୧ |
| ୧୨ | ରକ୍ତ ସଂରକ୍ଷଣ ୟୁନିଟ୍ | ୦୧ |
| ୧୩ | ଶୀତଳୀକରଣ କେନ୍ଦ୍ର | ୩୦ |
| ୧୪ | ଏସଏନସିଇଉ | ୦୧ |
| ୧୫ | ଏନବିଏସଇଉ | ୦୧ |
| ୧୬ | ପୃଷ୍ଟି ସାଧନ ସହାୟକ କେନ୍ଦ୍ର | ୦୨ |
| ୧୭ | ମା ଗୃହ | ୦୭ |
| ୧୮ | ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ | ୦୭ |
| ୧୯ | ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ | ୦୭ |
| ୨୦ | ଆରୋଗ୍ୟ ପ୍ଲସ୍ ଦଳ | ୦୫ |
| ୨୧ | ଏମ୍ବୁଲେନ୍ | ୧୫ |
| ୨୨ | ୧୦୮ ଏମ୍ବୁଲେନ୍ସ | ୦୫ |
| ୨୩ | ୧୦୨ ଏମ୍ବୁଲେନ୍ ଡେଲିବେରୀ ପୋଇଣ୍ଟ | ୦୫ |
| ୨୪ | ଟୀକାକରଣ ଗାଡି | ୦୧ |
| ୨୫ | ସ୍ୱାସ୍ଥ୍ୟକେନ୍ଦ୍ର ବେଡ ସଂଖ୍ୟା | ୩୨୬ |
| କ୍ର.ସଂ | ପଦବୀର ନାମ | ମଞ୍ଜୁରୀପ୍ରାପ୍ତ | ପଦବୀ | ଖାଲିପଡିଥିବା ପଦବୀ |
|---|---|---|---|---|
| ୦୧ | ଡାକ୍ଟର | ୧୧୪ | ୫୬ | ୫୮ |
| ୦୨ | ଷ୍ଟାଫ ନର୍ସ | ୧୨୨ | ୪୪ | ୭୮ |
| ୦୩ | ଫାର୍ମାସିଷ୍ଟ | ୬୬ | ୫୭ | ୦୯ |
| ୦୪ | ଏମ.ପି.ଏଚ.ଏସ(ଏମ) | ୩୧ | ୨୫ | ୦୬ |
| ୦୫ | ଏମ.ପି.ଏଚ.ଏସ(ଏଫ) | ୨୫ | ୦୬ | ୧୯ |
| ୦୬ | ଏମ.ପି.ଏଚ.ଡବ୍ଲୁ(ଏମ) | ୯୯ | ୭୫ | ୨୪ |
| ୦୭ | ଏମ.ପି.ଏଚ.ଡବ୍ଲୁ(ଏଫ) | ୨୦୫ | ୧୮୫ | ୨୦ |
| ୦୮ | ରେଡିଓଗ୍ରାଫର | ୦୯ | ୦୭ | ୦୨ |
| ୦୯ | ଏଲଟି | ୨୫ | ୧୫ | ୧୦ |
| କ୍ର.ସଂ | ପଦବୀର ନାମ | ମଞ୍ଜୁରୀପ୍ରାପ୍ତ | ପଦବୀ | ଖାଲିପଡିଥିବା ପଦବୀ |
|---|---|---|---|---|
| ୦୧ | ଡାକ୍ଟର-ଏସ.ଏନ.ସି.ଇଉ | ୦୩ | ୦ | ୦୩ |
| ୦୨ | ଡାକ୍ଟର-ଅୟି.ସି.ଇଉ/ସି.ସି.ଇଉ | ୦୩ | ୦ | ୦୩ |
| ୦୩ | ଆୟୁଷ ଡାକ୍ଟର | ୩୨ | ୧୫ | ୧୭ |
| ୦୪ | ଆୟୁଷ ଡାକ୍ଟର-ଆର.ବି.ଏସ.କେ | ୩୪ | ୦୭ | ୨୭ |
| ୦୫ | ଏମ.ପି.ଏଚ.ଡବ୍ଲୁ(ଏଫ)-ଏସ.ସି | ୩୫ | ୪୭ | -୧୨ |
| ୦୬ | ଏଚ.ଡବ୍ଲୁ(ଏଫ)-ଆର.ବି.ଏସ.କେ | ୧୭ | ୦୫ | ୧୨ |
| ୦୭ | ଏଲଟି-ଏନ.ଏଚ.ଏମ ଏବଂ ଆର.ଏନ.ଟି.ସି.ପି | ୧୧ | ୦୬ | ୦୫ |
| ୦୮ | ଷ୍ଟାଫ ନର୍ସ-ଡିପି.ଏସ,ଏସ.ଏନ.ସି.ଇଉ ଏବଂ ଏନ.ବି.ଏସ.ଇଉ | ୦୯ | ୦୭ | ୦୨ |
ଠିକଣା
ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ
ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଡି.ଏନ.କେ, ମାଲକାନଗିରି
ଫୋନ ନଂ-୦୬୮୬୧-୨୩୧୨୭୭
ଇମେଲ୍- cdmomkg[at]gmail.com
ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ଅଧିକ ସୂଚନା ନିମ୍ନ ପି ଡି ଏଫ ଫାଇଲ ରେ ଦିଆଗଲା
- Administrative Setup PDF (379.98 KB)