• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅବସ୍ଥିତି ଓ ଇତିହାସ

୧୯୫୬ ମସିହାରେ ମାଲକାନଗିରି ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୂପେ କାର୍ଯ୍ୟ କରୁଥିଲା । ୧୯୯୨ ମସିହାରେ କୋରାପୁଟ ଜିଲ୍ଲାରୁ ପୃଥକ୍ ହୋଇ ମାଲକାନଗିରି ଜିଲ୍ଲାର ମାନ୍ୟତା ପାଇଲା ପରେ ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସାଳୟ ଅନୁଷ୍ଠିତ ହୋଇଅଛି । ୧୯୦୯ ରେ ମାଲକାନଗିରି ଏକ ଡିସପେନସାରୀ ଭାବରେ ୧୯୨୩ ମସିହାରେ ମାଥିଲି, ମୋଟୁ ଏବଂ ବାଲିମେଳାରେ ମଧ୍ୟ ଡିସପେନସାରୀ ଭାବରେ କାର୍ଯ୍ୟ କରୁଥିଲା । ସେହି ସମୟରେ ପଡିଆରେ ମଧ୍ୟ ଏକ ଆୟୁର୍ବେଦ ଡିସପେନସାରୀ ରୂପେ କାର୍ଯ୍ୟ କରୁଥିଲା । ରେଳ ବିଭାଗ ଓ ଦଣ୍ଡକାରଣ୍ୟ ଉନ୍ନୟନ ସଂସ୍ଥା ଏବଂ ବାଲିମେଳା ହାଇଡ୍ରୋ ବିଦ୍ୟୁତ୍ ପ୍ରଜେକ୍ଟ ତରଫରୁ ଏହି ଡିସପେନସାରୀର ଚଳାଇବା ଭାର ଦାୟିତ୍ୱ ନେଇଥିଲେ । ଏହା ସହିତ କେତେକ ମିଶିନାରୀ ଓ ମିଶିନାରୀ ଚିକିତ୍ସାଳୟ ମଧ୍ୟ ଜିଲ୍ଲାରେ ହିତାଧିକାରୀଙ୍କ ପାଇଁ କାର୍ଯ୍ୟ କରୁଥିଲେ ।

ଜାନୁଆରୀ 1 ତାରିଖ ୧୯୬୨ ମସିହାରେ ମାଲକାନଗିରି ଏକ ସବଡିଭିଜନ ଭାବରେ ଗଠିତ ହେଲା, ସେତେବେଳେ ଦଣ୍ଡକାରଣ୍ୟ ଉନ୍ନୟନ ସଂସ୍ଥା ୧୯୫୮ ରୁ ୧୯୮୮ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା । ଏହି ସଂସ୍ଥା ତରଫରୁ ବିଭିନ୍ନ ରାସ୍ତା ତଥା ସଡକ ପଥର ଉନ୍ନତି, ବିଚ୍ଛିନ୍ନାଞ୍ଚଳ ପାଇଁ ନଦୀ ଓ ଜଳଭଣ୍ଡାରରେ ଯିବା ଆସିବା ନିମନ୍ତେ ସୁବିଧା କରିଥିଲେ; ଏହାପରେ ରାଜ୍ୟ ସରକାର ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ସହଯୋଗରେ ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆଗେଇ ଆସିଲେ ।

  • ସମସ୍ତ ଜନସାଧାରଣ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ହେଉଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୂଳ ଲକ୍ଷ୍ୟ ।ଆୟୁଷ ହେଉଛି , ଆୟୁର୍ବେଦ, ଯୋଗ, ୟୁନାନୀ, ସିଦ୍ଧ ଓ ହୋମିଓପ୍ୟାଥିକ ଚିକିତ୍ସାର ସମାହାର । ବିଭିନ୍ନ ପ୍ରକାର ସେବା ପ୍ରଚଳନ ଦ୍ୱାରା ଗ୍ରାମାଞ୍ଚଳର ଜନସାଧାରଣ ଭିନ୍ନ ଭିନ୍ନ ପ୍ରକାର ଚିକିତ୍ସା ସୁବିଧା ପାଇବାରେ ସହାୟକ ହେବ ।
  • ସ୍ୱାସ୍ଥ୍ୟ ବିଭାଗରେ ଔଷଧ ନିୟନ୍ତ୍ରଣ ସହିତ ଖାଦ୍ୟ ଅପମିଶ୍ରଣକୁ ପ୍ରତିରୋଧ କରିବା ସଂଗେ ସଂଗେ ଜନସଂଖ୍ୟା ସ୍ଥିରତା ଆଣିବା ହେଉଛି ପରିବାର କଲ୍ୟାଣ କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ୱ । ଏହାଦ୍ୱାରା ଆର୍ଥିକ ବୃଦ୍ଧି, ସାମାଜିକ ଉନ୍ନତି ଓ ପାରିପାର୍ଶ୍ୱିକ ସୁରକ୍ଷା ଉପଲବ୍ଧ ହୋଇଥାଏ । ଏହି ବିଭାଗର ମୂଳ ଲକ୍ଷ୍ୟ ହେଉଛି ଗୁଣାତ୍ମକ ସେବା ଯତ୍ନ,ଡାକ୍ତରୀ
  • ଚିକିତ୍ସା ସହିତ ସମସ୍ତ ସ୍ୱାସ୍ଥ୍ୟ ସେବା ମାଗଣାରେ ଲୋକମାନଙ୍କୁ ଦିଆଯାଇଥାଏ । ଅନୁନ୍ନତ ପଛୁଆବର୍ଗ ତଥା ଆଦିବାସୀ ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ଗୁଣାତ୍ମକ ସେବା ସହିତ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବା ପଦ୍ଧତି ଗୁଡିକ ପହଞ୍ଚାଇବାରେ ସାହାଯ୍ୟ କରିବା ।ମାଲକାନଗିରି ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଜାତୀୟ ସ୍ୱାସ୍ଥ୍ୟ ମିଶନ ସହିତ ଅନୁବନ୍ଧିତ ହୋଇ
  • ଅନେକ ପ୍ରକାରର ସ୍ୱାସ୍ଥ୍ୟ ଯୋଜନା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛି । ଜିଲ୍ଲାର ଆଦିବାସୀ ଓ ପଛୁଆ ଦୁର୍ଗମ ଅଞ୍ଚଳର ଲୋକମାନଙ୍କର ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଯୋଜନାକୁ କାର୍ଯ୍ୟକାରୀ କରି ସଫଳତା ଦିଗରେ ଅଗ୍ରସର ହେଉଛି ।
  • ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଯଥେଷ୍ଟ ଗୁଣାତ୍ମକ, ପ୍ରତିଷେଧକ ଓ ରୋଗନାଶକ ସେବା ପ୍ରଦାନ କରିବା ପାଇଁ ଚେଷ୍ଟା କରୁଛୁ।
  • ଜନଜାତି, ଅନୁନ୍ନତ ପଛୁଆ ବର୍ଗ ତଥା ଦୁର୍ଗମ ଅଞ୍ଚଳର ଲୋକଙ୍କ ନିଟକରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା।
  • ଏଲୋପାଥିକ ଚିକିତ୍ସା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳରେ ହୋମିଓପାଥିକ ଓ ଆୟୁର୍ବେଦିକ ଚିକିତ୍ସା ମଧ୍ୟ ଯୋଗାଇଦେବା ।
  • ଜିଲ୍ଲାରେ ପୋଲିଓ ଓ କୁଷ୍ଠରୋଗକୁ ନିରାକରଣ କରିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସଂକ୍ରାମକ ରୋଗକୁ ନିୟନ୍ତ୍ରଣ କରିବା।
  • ମାତୃମୃତ୍ୟୁ , ଶିଶୁ ମୃତ୍ୟୁ ଓ ନବଜାତ ଶିଶୁ ମୃତ୍ୟୁ ହାର ଯଥେଷ୍ଟ କମ୍ କରିବା ।
  • ମାଲକାନଗିରି ଜିଲ୍ଲାର ସମସ୍ତ ଲୋକମାନଙ୍କୁ ବିଭିନ୍ନ ପ୍ରକାର ରୋଗ ପାଇଁ ମାଗଣା ଔଷଧ ସହିତ ଚିକିତ୍ସା ସୁବିଧା ଯୋଗାଇଦେବା ।
  • ସମସ୍ତ ଚିକିତ୍ସାଳୟରେ ରହିବା ସହିତ ମାଗଣା ଔଷଧ ଓ ଡାକ୍ତରୀ ସେବା ପ୍ରଦାନ କରିବା।
  • ସମସ୍ତ ଡାକ୍ତର, ସେବିକା ଏବଂ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ କାର୍ଯ୍ୟଦକ୍ଷତା ଓ ଜ୍ଞାନ ବୃଦ୍ଧି ନିମନ୍ତେ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରି ସ୍ୱାସ୍ଥ୍ୟ ଶିକ୍ଷାର ଅଭିବୃଦ୍ଧି କରିବା ।
 
ସ୍ୱାସ୍ଥ୍ୟ କେନ୍ଦ୍ର
କ୍ର.ସ॰.ନାମସ॰ଖ୍ୟା
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ୦୧
ଜିଲ୍ଲା ପୋଷ୍ଟ ପର୍ଟୁମ ସେଣ୍ଟର୦୧
ପୋଷ୍ଟ ମାର୍ଟୁମ ସେଣ୍ଟର୦୫
ଆଈସିଇଉ୦୧
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର୦୮
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)୨୪
ସ୍ୱାସ୍ଥ୍ୟ ଉପକେନ୍ଦ୍ର୧୫୮
ସେକ୍ଟର୨୬
ଏରିଆ ଚିକିତ୍ସାଳୟ୦୪
୧୦ପ୍ରଥମ ପ୍ରେରଣ କେନ୍ଦ୍ର୦୨
୧୧ରକ୍ତ ଭଣ୍ଡାର)୦୧
୧୨ରକ୍ତ ସଂରକ୍ଷଣ ୟୁନିଟ୍୦୧
୧୩ଶୀତଳୀକରଣ କେନ୍ଦ୍ର୩୦
୧୪ଏସଏନସିଇଉ୦୧
୧୫ଏନବିଏସଇଉ୦୧
୧୬ପୃଷ୍ଟି ସାଧନ ସହାୟକ କେନ୍ଦ୍ର୦୨
୧୭ମା ଗୃହ୦୭
୧୮ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍୦୭
୧୯ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ୦୭
୨୦ଆରୋଗ୍ୟ ପ୍ଲସ୍ ଦଳ୦୫
୨୧ଏମ୍ବୁଲେନ୍୧୫
୨୨୧୦୮ ଏମ୍ବୁଲେନ୍ସ୦୫
୨୩୧୦୨ ଏମ୍ବୁଲେନ୍ ଡେଲିବେରୀ ପୋଇଣ୍ଟ୦୫
୨୪ଟୀକାକରଣ ଗାଡି୦୧
୨୫ସ୍ୱାସ୍ଥ୍ୟକେନ୍ଦ୍ର ବେଡ ସଂଖ୍ୟା୩୨୬
ଡାକ୍ଟର ଏବଂ ପାରାମେଡିକାଲ ପଦବୀ
କ୍ର.ସଂପଦବୀର ନାମମଞ୍ଜୁରୀପ୍ରାପ୍ତପଦବୀଖାଲିପଡିଥିବା ପଦବୀ
୦୧ଡାକ୍ଟର୧୧୪୫୬୫୮
୦୨ଷ୍ଟାଫ ନର୍ସ୧୨୨୪୪୭୮
୦୩ଫାର୍ମାସିଷ୍ଟ୬୬୫୭୦୯
୦୪ଏମ.ପି.ଏଚ.ଏସ(ଏମ)୩୧୨୫୦୬
୦୫ଏମ.ପି.ଏଚ.ଏସ(ଏଫ)୨୫୦୬୧୯
୦୬ଏମ.ପି.ଏଚ.ଡବ୍ଲୁ(ଏମ)୯୯୭୫୨୪
୦୭ଏମ.ପି.ଏଚ.ଡବ୍ଲୁ(ଏଫ)୨୦୫୧୮୫୨୦
୦୮ରେଡିଓଗ୍ରାଫର୦୯୦୭୦୨
୦୯ଏଲଟି୨୫୧୫୧୦
ଡାକ୍ଟର ଏବଂ ପାରାମେଡିକାଲ ପଦବୀ (ଏନଏଚଏମ)
କ୍ର.ସଂପଦବୀର ନାମମଞ୍ଜୁରୀପ୍ରାପ୍ତପଦବୀଖାଲିପଡିଥିବା ପଦବୀ
୦୧ଡାକ୍ଟର-ଏସ.ଏନ.ସି.ଇଉ୦୩୦୩
୦୨ଡାକ୍ଟର-ଅୟି.ସି.ଇଉ/ସି.ସି.ଇଉ୦୩୦୩
୦୩ଆୟୁଷ ଡାକ୍ଟର୩୨୧୫୧୭
୦୪ଆୟୁଷ ଡାକ୍ଟର-ଆର.ବି.ଏସ.କେ୩୪୦୭୨୭
୦୫ଏମ.ପି.ଏଚ.ଡବ୍ଲୁ(ଏଫ)-ଏସ.ସି୩୫୪୭-୧୨
୦୬ଏଚ.ଡବ୍ଲୁ(ଏଫ)-ଆର.ବି.ଏସ.କେ୧୭୦୫୧୨
୦୭ଏଲଟି-ଏନ.ଏଚ.ଏମ ଏବଂ ଆର.ଏନ.ଟି.ସି.ପି୧୧୦୬୦୫
୦୮ଷ୍ଟାଫ ନର୍ସ-ଡିପି.ଏସ,ଏସ.ଏନ.ସି.ଇଉ ଏବଂ ଏନ.ବି.ଏସ.ଇଉ୦୯୦୭୦୨

ଠିକଣା

ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ
ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଡି.ଏନ.କେ, ମାଲକାନଗିରି
ଫୋନ ନଂ-୦୬୮୬୧-୨୩୧୨୭୭
ଇମେଲ୍- cdmomkg[at]gmail.com

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ଅଧିକ ସୂଚନା ନିମ୍ନ ପି ଡି ଏଫ ଫାଇଲ ରେ ଦିଆଗଲା

  1. Administrative Setup PDF (379.98 KB)